ବାଲେଶ୍ୱର: ବାଲେଶ୍ୱର ସହରର ଶିଳ୍ପାଞ୍ଚଳ ଥାନାଠାରୁ ଅନତି ଦୂରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ସାଇକେଲ୍ ଆରୋହୀ ପ୍ରାଣ ହରାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ନଂ- ୧୬ରେ ଥିବା ବାଲେଶ୍ୱର ସହରର ଶିଳ୍ପାଞ୍ଚଳ ଥାନାଠାରୁ ପ୍ରାୟ ୧୦୦ ମିଟର୍ ଦୂରରେ ଏହି ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ଏକ ଧାନ ବୋଝେଇ ପିକ୍ ଅପ୍ ଭ୍ୟାନ୍ ବାମପଦା ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେଇଥିଲା । ଉକ୍ତ ପିକ୍ ଅପ୍ ଭ୍ୟାନ୍ (ଓ ଆର୍ -୧୧ ଡି ୧୨୨୫) ବାଲେଶ୍ୱର ସହରରୁ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିଲା। ଶିଳ୍ପାଞ୍ଚଳ ଥାନାଠାରୁ ପ୍ରାୟ ୧୦୦ ମିଟର୍ ଦୂରରେ ଥିବା ଏକ ହମ୍ପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।/sambad/media/post_attachments/wp-content/uploads/2020/02/pick-up1.jpg)
ଏହି ସମୟରେ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କୁ ପିକ୍ ଅପ୍ ଭ୍ୟାନ୍ ଚାପି ଦେଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ ବି କରିଥିଲେ। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି।
ଶିଳ୍ପାଞ୍ଚଳ ଥାନା ପୁଲିସ୍ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନକୁ ପୁଲିସ୍ ଜବତ କରିଥିବା ଜଣାଯାଇଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ମୃତ ସାଇକେଲ ଆରୋହୀଙ୍କର ପରିଚୟ ମିଳି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/pick-up.jpg)