ବାଲିଅନ୍ତା : ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ପୋଲରୁ ବାଇକ୍ ତଳେ ଖସି ପଡ଼ିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରକାଶ ଯେ ବାଲିଅନ୍ତା ଥାନା ଅନ୍ତର୍ଗତ ଅଟଳା ଗାଁର ଭୋଇ ସାହିର ଉମାକାନ୍ତ ଭୋଇ(୨୭) ଏବଂ ପ୍ରଶାନ୍ତ ଭୋଇ(୨୩) ବାଇକ୍ ଯୋଗେ ଭୁବନେଶ୍ବରରୁ ସାଇଫନ୍ ରାସ୍ତାରେ ଗାଆଁକୁ ଫେରୁଥିଲେ।

Advertisment

publive-imageସେଦୁହେଁ ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ଫେରୁଥିଲେ। ରାତି ପ୍ରାୟ ୮ଟା ସମୟରେ ସେମାନଙ୍କ ବାଇକଟି ନିୟନ୍ତ୍ରଣ ହରାଇ ବାଲିଅନ୍ତାସ୍ଥିତ ମହାତ୍ମା ସେତୁର କଂକ୍ରିଟ ବାଡ଼ାରେ ପିଟି ହୋଇଥିଲା। ଏହାଫଳରେ ବାଇକଟି ପୋଲର ୩୦ ଫୁଟ୍ ତଳକୁ ଖସି ପଡ଼ି ଏକ ଆମ୍ବଗଛରେ ଲଟକି ଯାଇଥିଲା। ଏହି ଦୁର୍ଘଟଣାରେ ଉଭୟ ଉମାକାନ୍ତ ଓ ପ୍ରଶାନ୍ତ ଗୁରୁତରଭାବେ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରର ୬ ନମ୍ବର ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ବାଇକକୁ ଉଦ୍ଧାର କରିବା ସହ ଜବତ କରିଥିଲା। ଉଭୟଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ଥିବା ଜଣାଯାଇଛି।