ଦେବଗଡ଼: ବାରକୋଟ ଥାନାଞ୍ଚଳର ୪୯ନଂ ଜାତୀୟ ରାଜପଥର ବମପରଡା ଗ୍ରାମ ନିକଟରେ ‌ସ୍କର୍ପିଓ ଧକ୍କାରେ ଆଜି ଦଂପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରକୋଟ ଥାନାଞ୍ଚଳର ଝରବାହାଳ ଗ୍ରାମର ହୃଦାନନ୍ଦ ବେହେରା(୭୦) ଓ ତାଙ୍କ ତ୍ସୀ ରତନି ବେହେରା(୬୫) ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ହୃଦାନନ୍ଦ ଓ ତାଙ୍କ ତ୍ସୀ ରତନି ନିକଟସ୍ଥ ଠିଆନାଳ ଗ୍ରାମକୁ ନିଜର ସଂପର୍କୀୟ ଘରୁକୁ ଏକ ବାହାଘର ଭୋଜିରେ ଯୋଗ ଦେବାପାଇଁ ଯାଇଥିଲେ । ତେବେ ଭୋଜି ଖାଇ ସାରି ସେମାନେ ଅପରାହଣ ସମୟରେ ନିଜ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବାବେଳେ ୪୯ନଂ ଜାତୀୟ ରାଜପଥର ବମପରଡା ଗ୍ରାମର ଗାନ୍ଧୀ ଛକ ନିକଟରେ ଏକ ସ୍କର୍ପିଓ(ଓଆର୧୪ୟୁ ୯୦୯୨) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ହୃଦାନନ୍ଦ ଓ ତାଙ୍କ ତ୍ସୀ ରତନି ସ୍କୁଟିରୁ ରାସ୍ତା ଉପରକୁ ଛିଟିକି ପଡିଥିଲେ ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ସ୍କର୍ପିଓ ଗାଡ଼ି ସ୍କୁଟିକୁ ବେଶ କିଛି ଦୂର ଘୋଷାଡ଼ି ନେଇଥି‌ଲା । ଫଳରେ ସ୍କୁଟିଟି ସଂପୁର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଖବରପାଇ ବାରକୋଟ ଥାନା ପୁଲିସ ଶବ ଜବତ କରିବା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗାଡ଼ିର ଚାଳକକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।