ବସ୍ତା: ଜାତୀୟ ରାଜପଥ ନଂ- ୬୦ରେ ହଳଦୀପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ କଣ୍ଟେନର ସହ କାରର ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ ନଂ- ୬୦ରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

Advertisment

publive-image
ପ୍ରାପ୍ତ ସୂଚନା ଅନୁଯାୟୀ ଭୋର ୪ଟା ପାଖାପାଖି ସମୟରେ ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ କଣ୍ଟେନର୍(ଡବ୍ଲୁ ବି -୨୩ଇ ୭୬୦୯) ହଳଦୀପଦା ନିକଟରେ ଥିବା ରେଲଓ୍ବେ ବାଇପାସଠାରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହାପଛରେ ଆସୁଥିବା ଏକ କାର୍ (ଡବ୍ଲୁ ବି –୨୪ଓ୍ବାଇ- ୨୯୬୧) ଉକ୍ତ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଉକ୍ତ କାରରେ ଥିବା ଦୁଇଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବାଲେଶ୍ବରର ସହଦେବଖୁଣ୍ଟା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁଇ ଆହତଙ୍କ ପରିଚୟ ଏଯାବତ୍ ମିଳିନାହିଁ।