ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ମୁଖ୍ୟ ରାସ୍ତାର ଜନତା ମେଡ଼ିକାଲ ଷ୍ଟୋର ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଗୁମାଡେରାର ଯୁବତୀ ଶ୍ରେୟା ଆଇଚ(୨୨) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏକ ଟ୍ରକ ଧକ୍କା ଦେବା ଫଳରେ ସ୍କୁଟିରେ ଯାଉଥିବା ଶ୍ରେୟାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ୯ଟାରେ ଶ୍ରେୟା ନିଜ ସ୍କୁଟିରେ ଗୁମାଡେରାରୁ ବେଲପାହାଡ଼ ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ଟ୍ରକ ଧକ୍କାରେ ଯୁବତୀ ଟ୍ରକ ତଳେ ଫସିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେବା ଯୋଗୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପୁଲିସ ଜବତ କରିଛି।
ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ଓ ବେଲପାହାଡ଼ ଆଇଆଇସି ରଶ୍ମିତା ବେହରା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଲୋକମାନଙ୍କର ଦାବି ସହର ଭିତରେ ଭାରୀଯାନ ଚଳାଚଳ ବନ୍ଦ କରାଯାଉ। ଭାରୀ ଯାନ ଚଳାଚଳ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯିବା ଲାଗି ସେମାନେ ଦାବି କରିଛନ୍ତି। ଖବର ପାଇ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି।
ଟ୍ରକ୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ
/sambad/media/post_attachments/wp-content/uploads/2020/12/jsg-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)