ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହେବାଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଅନ୍ତର୍ଗତ ନୂଆଶାସନ ଅଞ୍ଚଳର ରାଜେନ୍ଦ୍ର ସାହୁ ଓ ନିରଞ୍ଜନ ତ୍ରିପାଠୀ ଏକ ବାଇକ ଯୋଗେ ନିଜ ଗାଁରୁ ଭଦ୍ରକ ଆସୁଥିବା ସମୟରେ ସମ୍ମୁଖ ପଟରୁ ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା। ଧକ୍କା ଦେବାପରେ ଉକ୍ତ ଟ୍ରକ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ଆରୋହୀ ରାଜେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିଵା ବେଳେ,ପଛରେ ବସିଥିବା ନିରଞ୍ଜନ ତ୍ରିପାଠୀ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2019/12/scb-medical-e1534494140860-1.jpg)
ଗୁରୁତର ଅଵସ୍ଥାରେ ନିରଞ୍ଜନ ତ୍ରିପାଠୀଙ୍କୁ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଅତି ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରାଜେନ୍ଦ୍ର ଆଜି ନୂଆ ଚାକିରିରେ ଯୋଗ ଦେଵାପାଇଁ ଘରୁ ଵାହାରି ଥିଲେ। ନିରଞ୍ଜନ ତ୍ରିପାଠୀ ଭଦ୍ରକରେ ପହଞ୍ଚି, ସେଠାରୁ ବସରେ ଢେ଼ଙ୍କାନାଳ ଯାଇଥାଆନ୍ତେ। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Biker-Dies-on-Accident_Thumbnail.jpg)