ପୁରୀ-ସାତପଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଗଛରେ ପିଟି ହେଲା କାର୍, ଚାଳକଙ୍କ ସମେତ ୨ ମୃତ

ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଚାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି।  ଏକ କାର୍ ଗଛରେ ପିଟି ହେବା ଫଳରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୁରୀ – ସାତପଡ଼ା ରାଜପଥର ମଠପାଟଣା ଛକଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। କାରଟି ଗଛରେ ଚାପି ହୋଇ ରହିଥିଲା। କାରରେ ଥିବା ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଚାପି ହୋଇ ଥିବା ଡ୍ରାଇଭରଙ୍କୁ ବାହାର କରିଛି। ମୃତ୍ୟୁ ହୋଇଥିବା ଡ୍ରାଇଭରଙ୍କ ଘର ବ୍ରହ୍ମଗିରି ଥାନା ଭଗବାନପୁରରେ ହୋଇଥବା ବେଳେ ଅନ୍ୟ ଜଣଙ୍କ ଘର ଅରଖକୁଦା ମେରାଇନ ଥାନା ସହଦେଵପୁରରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବ୍ରହ୍ମଗିରିକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର