ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେ ୧ଟା ବେଳେ ଏକ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ ପହଞ୍ଚିଥିବା ବେଳେ ଅନ୍ୟ ଏକ କାର୍ ଡମଣାରୁ ଜୟଦେବ ବିହାର ଆଡ଼କୁ ଆସୁଥିଲା। ଚନ୍ଦ୍ରଶେଖର ଥାନା ଅନ୍ତର୍ଗତ ନାଲକୋ ଛକରେ ଏହି ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତକମାନଙ୍କ ଘର ନୀଳାଦ୍ରି ବିହାରରେ ବୋଲି ସୂଚନା ମିଳିଛି। ଏହାଛଡ଼ା ୩ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏନେଇ ଚନ୍ଦ୍ରଶେଖର ଥାନା ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଛି। ଆଜି ସକାଳେ ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/acc-2.jpg)