ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାଶୁଣି ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଳାଶୁଣି ଛକ ନିକଟରେ ଏକ ଟ୍ରକର ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାରଟି। ତାପରେ ସେହି କାର ଚାଳକ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାସକାଳ ୭ଟା ପାଖାପାଖି ସମୟରେ ଘଟିଥିଲା। ଏହାପରେ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଥିଲା। ଏଥିଯୋଗୁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ରାସ୍ତା ଉପରେ ପ୍ରବଳ ଭିଡ଼ ଲାଗି ରହିଥିଲା।
/sambad/media/post_attachments/wp-content/uploads/2022/04/dc232752-a722-4660-8731-cbf06b2bbd48.jpg)
ମୃତକ ଯାଜପୁର ଜିଲ୍ଲା ଧର୍ମଶାଳା ବିଦ୍ୟୁତ୍ ବିଭାଗର ଏସଡିଓ ସୁମନ୍ତ ଦାସ ବୋଲି ଜଣାଯାଇଛି। ସେ ଆଜି ସକାଳେ ନିଜ କାରରେ ଭୁବନେଶ୍ୱରରୁ ଧର୍ମଶାଳା ଅଭିମୁଖେ ଯାଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Accident-at-Palasuni-Square_Thumbnail_2.jpg)