ଧର୍ମଶାଳା: ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ନିକଟସ୍ଥ ଭାଲୁଖାଇଠାରେ ଏକ କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।
ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ଉଭୟ ଗାଡ଼ିର ଚାଳକ ଓ ହେଲପର୍ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ସମସ୍ତଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି। ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।
/sambad/media/post_attachments/wp-content/uploads/2020/08/jaj6.jpg)
ଏଣେ ଏହି ଦୁର୍ଘଟଣା ଯୋଗୁ ରାସ୍ତା ଜାମ୍ ହୋଇଯାଇଥିଲା। ଘଟଣାସ୍ଥଳରେ ଧର୍ମଶାଳା ଥାନା ପୁଲିସ୍ ପହଞ୍ଚି ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା। ସକାଳ ୬ଟା ବେଳେ ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/jaj.jpg)