ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ଚଢ଼ିଗଲା ହାଇୱା, ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ

୮ ବର୍ଷର ଝିଅ ଗୁରୁତର

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ହାଇୱା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗୁରୁତର ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ନେଉଳପୁର ନିକଟରେ ଜାତୀୟ ରାଜପଥ-୧୬ରେ ଘଟିଛି ଏହି ଦୁର୍ଘଟଣା। ଭୁବନେଶ୍ବର ଘରୋଇ କମ୍ପାନିରେ କାର୍ଯ୍ୟରତ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଡ ଦେଉରୀ ଗାଁର ଲକ୍ଷ୍ମୀକାନ୍ତ ମାଟିଆ(୨୮), ପତ୍ନୀ ମଂଜୁଲତା(୨୪) ଓ ଝିଅ ଗାୟତ୍ରୀ ଭୁବନେଶ୍ବରରୁ ବାଇକ୍ (ଓଡି-୧୧-ଏ-୬୦୪୧) ଯୋଗେ ଗାଁକୁ ଫେରୁଥିଲେ। ହେଲେ ନେଉଳପୁର ନିକଟରେ ଏକ ଘରୋଇ ବସ୍ ରଙ୍ଗରୁଟରେ ଆସୁଥିଲା। ସେହି ବସକୁ ସାଇଡ ମାରି ଏକ ହାଇୱା ଆଗକୁ ମାଡ଼ିଯାଇଥିଲା। ତାହା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗାୟତ୍ରୀ ଗୁରୁତର ମଧ୍ୟ ହୋଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ଗାୟତ୍ରୀକୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର