ଢେଙ୍କାନାଳ ସହରରେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

ଢେଙ୍କାନାଳ: ଘରପାଖରେ  ରାସ୍ତା ପାର ହେଉଥିବା ବେଳେ ଟ୍ରକ୍ ଧକ୍କାରେ ବୃଦ୍ଧା ପ୍ରାଣ ହରାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳର ତରା ରାଉତ ଦିନ ପ୍ରାୟ ସାଢ଼େ ୧୨ଟାରେ ରାସ୍ତା ପାର ହେଉଥିବା ବେଳେ ସହର ଆଡୁ କପିଳାସ ଅଭିମୁଖେ ଯାଉଥିବା ଟ୍ରକ(ଓଆର ୦୯ପି ୨୮୯୬)  ତାଙ୍କୁ ଧକ୍କା ଦେଇଥିଲା।

ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଟ୍ରକ୍ ଓ ଡ୍ରାଇଭରକୁ ଅଟକ ରଖିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ରକ୍ ଡ୍ରାଇଭର ଭୁବନ ବ୍ଲକ ମୃଦଙ୍ଗା ଗ୍ରାମର ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର