ଦ୍ୱାରଶୁଣି ଘାଟିରେ ୮୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ, ଡ୍ରାଇଭର ମୃତ

ବାରିପଦା: ମରଣଯନ୍ତା ପାଲଟିଛି ଦ୍ବାରଶୁଣୀ ଘାଟି | ଆଜି ନାସିକରୁ ପିଆଜ ନେଇ କଲିକତା ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି ଟ୍ରକ | ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରେ ଏଭଳି ଏକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପିଆଜ ବୋଝେଇ ଟ୍ରକ ଟି ନାସିକ ରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି।

ଟ୍ରକଟି ୮୦ ଫୁଟ ତଳକୁ ଖସିପଡିଥିବାବେଳେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବାବେଳେ ହେଲପର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ହେଲପରଙ୍କୁ ଚିକିତ୍ସା ପାଇଁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ବାଙ୍ଗରିପୋଷି ପୋଲିସ ଏବଂ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନା ଥାଉ କି ୮ ମାସ ତଳେ ମଧ୍ୟ ମୁମ୍ବାଇରୁ କୋଲ୍‌କାତା ଅଭିମୁଖେ ଯାଉଥିବା ଟ୍ରେଲର୍ ଘଟି ତଳକୁ ଖସିପଡିଥିଲା | ଏଥିରେ ମଧ୍ୟ ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର