ଧନକଉଡ଼ା: ଆଜି ପୂର୍ବାହ୍ନ ୧୧ଟାରେ ସମ୍ବଲପୁର ଜିଲ୍ଲା ଗୋଡ଼ଭଗା ନିକଟରେ ଏକ ଟ୍ରକ ଧକ୍କାରେ ଦୁଇ ଜଣ ମହଳାଙ୍କ ମୃତ ଘଟିଛି। ବରଗଡ଼ ଜିଲ୍ଲା ଖଗସିପାଲି ନିବାସୀ ସୁରେନ୍ଦ୍ର ଗରିଆ ତାଙ୍କ ପତ୍ନୀ ଲତିକା ଗରିଆ (୩୮), ଖୁଡି ମିଥିଲା ଥାପା (୪୮)ଙ୍କ ସହିତ ବୁର୍ଲା ଭିମାସର୍ ରେ ଭର୍ତ୍ତି ହୋଇଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ।

Advertisment

ଗୋଡ଼ଭଗା ନିକଟରେ ରାସ୍ତା ପାରିହେବା ପାଇଁ ଡିଭାଇଡରଠାରେ ଅଟକି ଥିବା ବେଳେ ସମ୍ବଲପୁରରୁ ବରଗଡ଼ ଆଡ଼କୁ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଲତିକା ଓ ମିଥିଳାଙ୍କ ମୃତ୍ୟ ଘଟିଥିଲା। ଗୋଡ଼ଭଗା ଫାଣ୍ଡି ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି।