ହଳଦୀପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛପଟୁ ଧକ୍କା ଦେଲା କଣ୍ଟେନର୍, ଚାଳକ ମୃତ

ରୁପସା: ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ଏକ କଣ୍ଟେନର ରାସ୍ତାରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ଘଟିଛି। ତେବେ ଟ୍ରକଟି ଘଟଣାସ୍ଥଳରୁ ଚାଲିଯାଇଛି। ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି ।

 

ସମ୍ବନ୍ଧିତ ଖବର