ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ବାପ ଓ ଝିଅଙ୍କ ଜୀବନ

କଟକ: ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଗତପୁର ଥାନା କାଜି ବଜାର ନିକଟରେ ବାଇକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟଚ ଘଟିଛି।

ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର ଗ୍ରାମର ଅନୁବ ସାମଲ (୫୯) ତାଙ୍କ ଝିଅ ଅଞ୍ଜଳି ସ୍ବାଇଁ  (୪୦) ଉଭୟ ଏକ ବାଜାଜ୍ ପ୍ଲାଣ୍ଟି୍ନା ବାଇକରେ ରାତ୍ରି ପ୍ରାୟ ତିନିଟା ସମୟରେ କଟକ ରେଳଷ୍ଟେସନକୁ ଯାଉଥିବା ବେଳେ କଟକ ପଟୁ ଆସୁଥିବା ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପାଗା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗାଡ଼ି ଦୁଇଟିକୁ ପୁଲିସ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର