ଟ୍ରକକୁ ପିଟିଲା ପିକଅପ୍ ଭ୍ୟାନ୍: ଜଣେ ମୃତ, ୮ ଗୁରୁତର

ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଦୁର୍ଘଟଣାରେ ଜଣେ ମୃତ

ଯାଜପୁର: ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ହୋଇଥିବା କୁହାଯାଉଛି।
ସୂଚନା ଅନୁସାରେ ବାଲିଚନ୍ଦ୍ରପୁର ଅଂଚଳରୁ ଏକ ପିକଅପ ଭ୍ୟାନ ଶୁଖୁଆ ନେଇ ପାରାଦୀପ ଯାଉଥିଲା। ଏହି ସମୟରେ ଚାରିନଙ୍ଗଳ ଠାରେ ଉକ୍ତ ଭ୍ୟାନଟି ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶୁଖୁଆ ଗାଡ଼ି ଡାଲାରେ ବସି ଯାଉଥିବା ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ବଡ଼ଚଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତମାନଙ୍କ ମଧ୍ୟରେ ପୁରୁଷ ଓ ମହିଳା ରହିଛନ୍ତି। ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe