ଟ୍ରକ୍ –କାର୍ ମୁହାଁମୁହିଁ: ୨ ମୃତ, ଜଣେ ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଡଙ୍ଗାଯୋର ନିକଟରେ ମଙ୍ଗଳବାର ଦିନ ପ୍ରାୟ ୧୨ଟା ବେଳେ ଏକ କାର୍ ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଜଣେ ଗୁରୁତର ଥିବା ଜଣାପଡ଼ିଛି। କାରରେ ଜଣେ ଯାତ୍ରୀ ଚାପି ହୋଇରହିଥିବା ବେଳେ ଯୁଯୁମୁରା ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଛି।

କାର୍ (ଓଡି-୧୫ଏସ୍-୦୫୧୪)ଟି ସମ୍ବଲପୁରରୁ ଅନୁଗୁଳ ଦିଗରେ ଯାଉଥିବା ବେଳେ ଟ୍ରକ୍ (ଓଆର୍-୧୪ୱାଇ-୧୮୦୯)ଟି ବିପରୀତ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା।

କାରଟି ଚୁରମାର ହୋଇଯାଇଛି। କାର୍ ଓ ଟ୍ରକ୍ ଚାଳକ ରକ୍ଷା ପାଇଥିବା ବେଳେ କାରରେ ଥିବା ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ମୃତକଙ୍କ ପରିଚୟ ମିଳିନି। ତେବେ ସେମାନେ କୌଣସି ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଶୁଣାଯାଉଛି। ପୁଲିସ ଦୁର୍ଘଟଣଗ୍ରସ୍ତ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର