ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ୫୫ ନଂ ଜାତୀୟ ରାଜପଥ କୟାକୁଦ ନିକଟରେ ରବିବାର ରାତି ପ୍ରାୟ ୩ଟା ବେଳେ ଟ୍ରକ – କାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଗୁରୁତର ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ରାଉରକେଲା ଛେଣ୍ଡ ଅଞ୍ଚଳର ୪ଜଣ ଏକ ବ୍ରିଜା କାର(ଓଡି ୦୨ ଏକ୍ୟୁ ୭୦୪୯)ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ(କେଏ ୨୫ ବି ୮୫୦୧) ସହ ମୁହାଁମୁହିଁ ହୋଇଥିଲେ। ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପରିଚୟ ମିଳି ପାରିନାହିଁ ।

ସମ୍ବନ୍ଧିତ ଖବର