ସମ୍ବଲପୁର: ଜାତୀୟ ରାଜପଥ- ୫୫ରେ ଯୁଜୁମୁରାଠାରେ ଆଜି ଭୋର ସମୟରେ ଟ୍ରକ- ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାର ପ୍ରାୟ ତିନିଘଣ୍ଟା ପରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁଁ ସେହି ଅଞ୍ଚଳରେ ଲୋକେ ଛାନିଆ ହୋଇ ପଡ଼ିଥିବା ଜଣାଯାଇଛି।
ଗ୍ୟାସ୍ ଲିକ୍ ଯୋଗୁଁ ପୁଲିସ ରାସ୍ତାକୁ କର୍ଡନ କରିବା ସହ ଦୁର୍ଘଟଣାସ୍ଥଳକୁ ସିଲ଼୍ କରିଥିବାର ସୂଚନା ମିଳିଛି। ଏହାଫଳରେ ଉଭୟପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଣେ ଗ୍ୟାସ୍ ଲିକ୍ ରୋକିବାଲାଗି ପୁଲିସ ପେଟ୍ରୋଲିଅମ୍ କଂପାନିର କର୍ମଚାରୀଙ୍କ ସହାୟତା ନେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଆଜି ଭୋର ସାଢ଼େ ୪ଟା ବେଳେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଥାନା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଟ୍ୟାଙ୍କର(ଓଡି-୦୫ ଏଚ୍-୧୦୯୯) ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିଲା। ଅପରପକ୍ଷରେ ଟ୍ରକ୍ (ସିଜି-୧୩ ଏବି-୭୬୯୯) ବିପରୀତ ଦିଗରୁ ଆସୁଥିଲା।
ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହାପରେ ଗାଡ଼ି ଭିତରେ ଥିବା ଦୁଇ ଚାଳକ ଜୀବନ୍ତ ଦଗ୍ଧ ହୋଇଥିଲା। ତେବେ ଦୁଇଜଣ ନା ତା’ଠାରୁ ଅଧିକ ଲୋକ ଏଥିରେ ଜଳିଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
/sambad/media/post_attachments/wp-content/uploads/2019/12/sbp90.jpg)
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ସେଠାରେ ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sbp-1.jpg)