କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଦେଇ ଯାଇଥିବା  ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। କାମାକ୍ଷାନଗର ଥାନା ବାଙ୍ଗୁରାର ଏହି ପାଞ୍ଚ ଜଣ ମୁକ୍ତାପସୀକୁ ଟୋଲ(ମହୁଲ ଫଳ) ପେଷିବାକୁ ଆସୁଥିଲେ।

Advertisment

ମୃତକମାନେ ହେଉଛନ୍ତି ଆଦିକନ୍ଦ ସାମଲ (୪୮), ପହଲି ସାମଲ (୪୫), ଅଟୋ ଚାଳକ ଅନନ୍ତ (ବଣ୍ଟି) ସାମଲ (୩୫), ଅଂକୁର ସାମଲ (୫୪ ) ଓ ତାଙ୍କ ପୁଅ କାଳିଆ ସାମଲ (୧୪ )। ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି ରାସ୍ତା ଅବରୋଧ ଆରମ୍ଭ କରିଛନ୍ତି।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।