ଖଲ୍ଲିକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ, ଦୁଇ ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡ଼ିଯାଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡ଼ିରେ ଥିବା ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି।

ମୃତକଙ୍କ ପରିଚୟ ମିଳିଛି। ସେ କୋଦଳା ବେଲପଡ଼ା ଗାଁର ଆଲୋକ ମଲ୍ଲିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର