ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  କୋଇଡ଼ାର ରେଙ୍ଗାଲବେଡ଼ା ଛକରେ ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା।  ଏହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୨ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ ରାଉରକେଲାର  ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ଜଣେ ମହିଳା ଥିବା ସୂଚନା ରହିଛି। ମୃତାହତମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ ଏକ ପରିବାର ଲୋକେ ଗତକାଲି କେନ୍ଦୁଝରରୁ ଭୋଜି ଖାଇ ସ୍କର୍ପିଓରେ ଘରକୁ ଫେରୁଥିଲେ। ରେଙ୍ଗାଲବେଡ଼ା ଛକରେ ସେହି ସ୍କର୍ପିଓକୁ ଧକ୍କା ଦେଇଥିଲା ହାଇଓ୍ବା। ଏହାଫଳରେ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା।

ଘରେ ଆଉ ୧୦ ମିନିଟରେ ପହଞ୍ଚି ଥାଆନ୍ତେ। ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ରେଙ୍ଗଳବେଡା ଏହି ଦୁର୍ଘଟଣା ଘଟିଛି । ଗୋଟିଏ ପରିବାରର ୭ ଜଣ ସଦସ୍ୟ ଏକ ସ୍କର୍ପିଓ ଗାଡ଼ିରେ କୋଇଡାରୁ ଭୋଜି ଖାଇବାକୁ କେଉଁଝର ଯାଇଥିଲେ। ଭୋଜିରେ ଯୋଗ ଦେଇ ଫେରିବା ବେଳେ କୋଇଡା ଥାନାର ରେଙ୍ଗାଲବେଡା ଛକ ନିକଟରେ ଏକ ହାଇୱା ଟ୍ରକ୍ ସ୍କର୍ପିଓକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜଣେ ଯୁବତୀଙ୍କ ସମେତ ୨ ଜଣ ନାବାଳକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଅଛନ୍ତି। ଦୁର୍ଘଟଣା ରାତି ପ୍ରାୟ ୨ଟା ବେଳେ ହୋଇଛି।

ସୁଚନାଯାୟୀ ଗତକାଲି ସନ୍ଧ୍ୟା ରେ ପୁର୍ବତନ କୋଇଡା ସରପଞ୍ଚ ସନ୍ଧ୍ୟାରାଣୀ ନାଏକ ଓ ତାଙ୍କ ପରିବାର ଏକ ବାହାଘର ପାଇଁ କେନ୍ଦୁଝର ସରାସକୁ ଯାଇ ବିଳମ୍ବ ରାତ୍ରିରେ ଫେରୁଥିଲେ। ହେଲେ କୋଇଡାରୁ ପାଞ୍ଚ କିଲୋମିଟର ପୁର୍ବରୁ ରେଙ୍ଗାଲବେଡା ଜାତୀୟ ରାଜପଥ ଠାରେ ସ୍କୋର୍ପିଓ ଏକ ହାଇୱା ପଛ ପଟେ ଜୋର୍ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଶିଶୁ ଭାଇ ଓ ଜଣେ ନାବାଳିକା ( ଶିଶୁ ମାନଙ୍କ ଅପା ) ମୃତ୍ୟୁ ଘଟିଥିଲା ଓ ଦୁଇ ମୃତ ଶିଶୁଙ୍କ ମାଆ ଶାନ୍ତିଲତା ଓ ପୁର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାଏକଙ୍କୁ ଗୁରୁତର ଅବସ୍ଥାରେ କୋଇଡା ମେଡିକାଲ୍ ରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି।

ପୁଲିସ ଏବଂ ଫାୟର ବ୍ରିଗେଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଏହି ଘଟଣାରେ କୋଇଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୋଇଡା ଅଞ୍ଚଳର ରାଜପଥ କଡ଼ରେ ବେଆଇନ ଭାବେ ଭାରି ଯାନ ପାର୍କିଂ ହେଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି।