ମହାକାଳପଡ଼ା: ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଯଦୁପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଦୁଇ ଭାଇଙ୍କ ଉପରକୁ ମାଡ଼ିଗଲା ଲୁହାବୋଝେଇ ଟ୍ରକ୍। ଘଟଣାସ୍ଥଳରେ ସାନଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

ଆଜି ସକାଳ ପ୍ରାୟ ୭ଟା ସମୟରେ କରଞ୍ଜ ଗ୍ରାମର ଦୁଇ ଭାଇ ନିଜର ଗ୍ଲାମର ବାଇକରେ ପାରାଦୀପ ଯାଉଥିବା ବେଳେ ୫୩ନଂ ଜାତୀୟ ରାଜପଥର ଯଦୁପୁର ଗଡ଼ା ନିକଟରେ ଯାଉଥିବା ବେଳେ ଏକ ଲୁହାବୋଝେଇ ଟ୍ରକ୍  ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବଡ଼ଭାଇ ସଞ୍ଜୟ ବାରିକ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ସାନଭାଇ ଚିନ୍ମୟ ବାରିକଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଚିନ୍ମୟଙ୍କର ମୃତ୍ୟୁ ଘଟିଛି। ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବଡ଼ ଭାଇ ସଞ୍ଜୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଦ୍ରୁତ ଗତିରେ ପାରାଦୀପ ପଟକୁ ଚାଲିଯାଇଥିବା ଜଣାପଡ଼ିଛି।