ରାଇରଙ୍ଗପୁର: ଭାରସାମ୍ୟ ହରାଇ ଟ୍ରକ ଓଲଟିଲା, ୩ ମୃତ, ଜଣେ ଗୁରୁତର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ନୂଆଗାଁ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ୪ଜଣଙ୍କ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବାରିପଦା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ ରବିବାର ରାତି ୧୨.୩୦ ସମୟରେ ଏଭଳି ଦୁଃଖଦ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବିଶୋଇ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ। ଟ୍ରକର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଫେରାଇ ହୋଇଯାଇଛନ୍ତି। ମୃତକମାନେ ଅଙ୍ଗାରପଦା ହାଟରୁ ଫେରି ନୂଆଗାଁ ରାସ୍ତାକଡ଼ରେ ବୋଲରୋ‌ ରଖି ଛିଡ଼ା ହୋଇଥିଲବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।ମୃତକ ମାନେ ହେଲେ ଝାରପୋରିଆ ଥାନା ଅଂଚଳର ପଳାଶବଣି ଗ୍ରାମର ସୁକୁରା ମାହାଲି(୫୦), ବାଙ୍ଗିରିପୋଷି ଥାନା ଅଂଚଳର କଦମଡିହି ଗ୍ରାମର ସାଲଖାନ ହାଁସଦା, ବାଙ୍ଗିରିପୋଷି ଥାନା ଅଂଚଳର ବେଢାକୁଦର‌ ଗ୍ରାମର ଶୁଶାନ୍ତ ମହାନ୍ତ ଏବଂ ଗୁରୁତରଜଣକ ହେଲେ ସିଲିଫୋଡି ଗ୍ରାମର ଦୁର୍ଗା ନାଏକ। ସୋମବାର ଦିନ ପୁଲିସ ଏକ ମାମଲା କେଶ ନଂ ୬୦/୨୨ ରୁଜୁ କରି ତଦନ୍ତ କରିବା ସହ ମୃତକଙ୍କ ଶଵ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଯାଇଛି ।

ସମ୍ବନ୍ଧିତ ଖବର