ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଏକ ଅଘଟଣ ଘଟିଛି। ମାଛଧରା ବେସ୍ ଭିତରେ ବୋଟ୍ ବୁଲାଇବା ବେଳେ ସିମେଣ୍ଟ କଂକ୍ରିଟରେ ବୋଟ୍ର ତଳଭାଗ ପିଟି ହୋଇ ଯାଇଛି । ଟ୍ରଲରରେ ଫାଟ ସୃଷ୍ଟି ହୋଇ ଟ୍ରଲର ଭିତରକୁ ପାଣି ପଶିଥିଲା। ମାଛଧରା ବନ୍ଦରର ୪ନଂ ଜେଟିରେ ଏହି ଘଟଣା ଘଟିଛି ।
ବୋଟ୍ରୁ ପାଣି କାଢ଼ି ଏହାକୁ ମରାମତି କରିବା ପାଇଁ ପ୍ରୟାସ ଚାଲିଛି। ବୋଟ୍ଟି ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ପ୍ରସ୍ତୁତ ହୋଇଥିଲା। ଏଥିରେ ବରଫ ଓ ଜାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି କରାଯାଇ ଜେଟିରୁ ବୋଟ୍କୁ ବାହାର କରିବା ସମୟରେ ଏଭଳି ଅଘଟଣ ଘଟିଛି ।
ବୋଟ୍ରୁ ପାଣି ବାହାର କରିବା ପରେ ଏହାକୁ ଉପରକୁ ଅଣାଯାଇ ମରାମତି ପାଇଁ ପ୍ରୟାସ କରାଯାଉଛି। ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ପହଞ୍ଚି ବୋଟ୍କୁ ମରାମତି କରିବା ପାଇଁ ସହାୟତା ଆରମ୍ଭ କରିଛି।
Jagatsinghpur | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/accident-at-nehru-bengal-fishing-harbour-crack-in-trawler-2025-08-30-16-56-31.jpg)