ନୂଆପଡ଼ା:ପିକ୍ଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ମହେଶ୍ୱର ଗାଁ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ପୁଲିସ୍ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଡ଼ିଆଳ ଥାନା ଅନ୍ତର୍ଗତ ପୋଡାପାଲି ଗାଁର ରାମ ଶବରଙ୍କ ପୁଅ ରାଜୁ ଶବର ଓ ଡୁମେରଵାହାଲ ଗାଁର ମନଵୋଦ ଘିଭେଲାଙ୍କ ପୁଅ ଦିବ୍ୟରଜଂନ ଘିଭେଲା ଏକ ବାଇକ୍ ଯୋଗେ ଖଡ଼ଆଳକୁ ଯାଉଥିଲେ। ଗତକାଲି ପ୍ରାୟ ୧୧ଟା ବେଳେ ରାୟପୁରରୁ ଖଡ଼ଆଳ ଅଭିମୁଖେ ଆସୁଥିବା ବେଳେ ତା’ ସହ ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଉଭୟ ଦିବ୍ୟରଜଂନ ଓ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଖଡ଼ିଆଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର