ପାଲଲହଡା: ଅନୁଗୁଳ ଜିଲ୍ଲାର ଖମାର ଥାନା ଅନ୍ତର୍ଗତ କଣ୍ଟିଆପସି ୧୪୯ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ଗତ ମଧ୍ୟରାତ୍ରିରେ କଣ୍ଟିଆପସି ୧୪୯ ନଂ ଜାତୀୟ ରାଜପଥ ନିକଟରେ ଏକ ଟ୍ରକ ସହ ହୁଣ୍ଡାଇ କାରର ଧକ୍କା ଘଟିଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା ଅନ୍ତର୍ଗତ ଇଂଜିଡି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗୌର ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାପୁନ ସାହୁ, ରାନୁ ପ୍ରଧାନ ଓ ପିନୁ ସାହୁ।ଘଟଣା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।