ପାରାଦୀପ: ପାରାଦୀପରେ ଜଣେ ଟ୍ରକ୍ ଡ୍ରାଇଭରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି | ମୃତକ ହେଲେ ଢେଙ୍କାନାଳର ନବୀନ ମଳିକ । ତାଙ୍କ ବୟସ ୩୫ବର୍ଷ ବୋଲି ଜଣାଯାଇଛି | ସେ ଟ୍ରକରେ ଆଇରନ୍ ଆଣି ପାରାଦୀପ ବନ୍ଦରକୁ ଆସୁଥିବା ବେଳେ ତାରିଣୀଗଡ଼ା ନିକଟରେ ଟ୍ରକ୍ ଭିତରୁ ତାଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି |
ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ଶବଟିକୁ ଅଠରବାଙ୍କୀ ମେଡିକାଲରେ ରଖି ତଦନ୍ତ ଆରମ୍ଭ କରିଛି |
ଏଣେ ପାରାଦୀପର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣାରେ ଜଣେ ଆହତ ହୋଇଥିବାର ଖବର ମିଳିଛି | ମିଳିଥିବା ଖବର ଅନୁଯାୟୀ ଆଜି ସକାଳ ୬ଟା ରୁ ୭ସାତଟା ମଧ୍ୟରେ ପାରାଦୀପସ୍ଥିତ ହନୁମାନ ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିବା ବେଳେ ଯୁବକ ଜଣକଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ଯୁବକ ଜଣକ କାମରୁ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି |
ଆହତ ଯୁବକ ଜଣକ ହେଲେ ପ୍ରଶାନ୍ତ ମହାଳିକ। ତାଙ୍କର ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ସୂଚନା ମିଳିଛି | ଦୁର୍ଘଟଣା ଘଟାଇଥିବା କାରଟି ଦ୍ରୁତ ଗତିରେ ଆସି ସାମ୍ନାରୁ ଧକ୍କା ଦେଇ ଫେରାର ହୋଇଯାଇଛି। କାରର କୌଣସି ଖବର ମିଳିପାରିନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Paradeep-Police-Station-Jagatsinghpur.jpg)