ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ପରଜଙ୍ଗ : ଢ଼େଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ପରଜଙ୍ଗ ଥାନା ଘାଗରାମୁଣ୍ଡା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଆହତ ହୋଇ ପରଜଙ୍ଗ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋଥର ସମୟରେ ପାଲଲହଡ଼ାରୁ ଏକ କାର( ଓଡି-୦୨- ଏସି-୨୩୧୧)ରେ ଚାରିଜଣ ଫେରୁଥିବା ସମୟରେ ପରଜଙ୍ଗ ଥାନା ଘାଗରାମୁଣ୍ଡା ନିକଟରେ ଏକ ଟ୍ରକ୍(ଓଡି-୧୬-ସି-୫୫୭୬) ସହ ସେମାନଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍ ଚାଳକ ଉକ୍ତ କାରକୁ ଦୁର୍ଘଟଣାରୁ ରକ୍ଷା କରିବା ଲାଗି ଚେଷ୍ଟା କରିଥିଲେ , ମାତ୍ର କାରଟି ଦ୍ରୁତ ଗତିରେ ଥିବା କାରଣରୁ ତାହା ସମ୍ଭବପର ହୋଇ ନ ଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଥିଲା।

ଦୁଇ ମୃତକଙ୍କ ନାମ କଲ୍ୟାଣ ସୋରେନ୍ (୨୯) ଓ ବାଗାନ୍ ହେମ୍ରମ୍ ବୋଲି ଜଣାପଡ଼ିଛି। କଲ୍ୟାଣ ନାଲକୋର ଜଣେ କର୍ମଚାରୀ ବୋଲି ଜଣାଯାଇଛି। ଅପରପକ୍ଷରେ ବାଗାନ୍ ନାଲକୋର ଜଣେ କର୍ମଚାରୀ ବାଜିନାଥ ହେମ୍ରମଙ୍କ ପୁଅ। ଉଭୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ। ଏଥିରରେ ଆହତ ହୋଇଥିବା ଯୁବକଙ୍କ ନାମ ବିନୟ କୁମାର କୁଜୁର(୨୭) ବୋଲି ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଥାନା ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ସମ୍ବନ୍ଧିତ ଖବର