କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଶାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଥିବାର ଖବର ମିଳିଛି। ମୃତ ଯୁବକଜଣଙ୍କ ବରିହାପୁର ଗାଁର ଶାନ୍ତନୁ ସାହୁ। ଗୁରୁତର ଭିଣୋଇ କାମାକ୍ଷାନଗର ଥାନା ଶିବୁଳାପଶି ଗାଁର ବିଷ୍ଣୁପ୍ରସାଦ ସାହୁ।
ସୂଚନା ଅନୁଯାୟୀ, ଉଭୟ ଶାଳକ ଓ ଭିଣୋଇ ପଥରଖମ୍ବ ଗାଁକୁ ଯାଉଥିବା ବେଳେ କାମାକ୍ଷାନଗର ଆଡୁ ତାଳଚେର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରଲର ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଶାନ୍ତନୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭିଣୋଇ ବିଷ୍ଣୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶାନ୍ତନୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶାଳକଙ୍କର ମୃତ୍ୟୁ, ଭିଣୋଇ ଗୁରୁତର
/sambad/media/post_attachments/wp-content/uploads/2022/10/parjang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)