ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକଜଣଙ୍କ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ବେହେରା। ଗୁରୁତରଜଣଙ୍କ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୁଣ୍ଡୁରୁଝରଣା ଗାଁର ଅନ୍ତର୍ଯ୍ୟାମୀ ସାହୁ( ୨୬)।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ପୁଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କର ମୃତ୍ୟୁ ହୋଇଥିଲା। ପର୍ଜଙ୍ଗ ପୁଲିସ ଟ୍ରକ ଦୁଇଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଲାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/64b38c8e-3efc-4c0e-b6bf-4fb51b368e9d.jpg)