କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଯୋଡ଼ିମାଦେଲି ଘାଟିରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏଠାରେ ଘାଟି ତଳକୁ କାର୍‌ ଖସି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାର୍‌ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।

Advertisment

ପ୍ରାଥମିକ ସୂଚନା ଅନୁଯାୟୀ ଉକ୍ତ କାରରେ ଶାଶୂ, ଶ୍ବଶୁର, ଝିଅ ଓ ଜ୍ବାଇଁଥିଲେ। ସେମାନେ କୋରାପୁଟରୁ ରାୟପୁର ଯାଉଥିଲେ। କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା।