ଟ୍ରକକୁ ଧକ୍କା ଦେଲା ମାରୁତି ଓମିନି ଭ୍ୟାନ୍: ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଫୁଲବାଣୀ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବାଇଡ଼ା ଲାହାବାଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ ଟ୍ରକକୁ ଧକ୍କା ଦେଲା ମାରୁତି ଓମିନି ଭ୍ୟାନ୍। ଏହାଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ, ୪ ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ  ମାରୁତି ଓମିନି କାରରେ ୮ ଜଣ ବିଶିପଡାର ତାଳପଡ଼ା ଗ୍ରାମରେ ଜଣେ ବନ୍ଧୁଙ୍କ ଘରେ ଆୟୋଜିତ ଜନ୍ମ ଦିନ ପାଳନ କରିବାକୁ ଯାଇ ଫେରୁଥିବା ସମୟରେ ଲାହାବାଡ଼ି ନିକଟରେ ଠିଆ ହୋଇଥିବା ଏକ ଟ୍ରକର ପଛ ପଟକୁ ମାରୁତି ଭ୍ୟାନଟି ସିଧା ଯାଇ ବାଡ଼େଇ ଦେବାରୁ ଘଟଣାସ୍ଥଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଖାଲି ସେତିକି ନୁହେଁ, ୪ ଜଣ ଗୁରୁତର ବି ହୋଇଥିଲେ।

ଗୁରୁତରମାନଙ୍କୁ କାର୍ ଭିତରୁ ଉଦ୍ଧାର କରି ତତକ୍ଷଣାତ୍ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ପଠାଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇ ଭଉଣୀ ରହିଛନ୍ତି, ଯାହାଙ୍କର ନାମ ରୋଜାଲିନ ଦିଗାଲ  ଓ ଭଗିଆ ଦିଗାଲ। ଅନ୍ୟ ଦୁଇ ଜଣଙ୍କ ନାମ ଦୀପ୍ତି ରଞ୍ଜନ ପ୍ରଧାନ ଏବଂ ପୂର୍ଣ୍ଣଚନ୍ଦ୍ର ମିଶ୍ର। ଟ୍ରକରେ ବସିଥିବା ୮ ଜଣ ମଧ୍ୟରୁ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ।

 

ସମ୍ବନ୍ଧିତ ଖବର