ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ମିଳିଥିବା ଖବର ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ମନୁ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଏକ ବାଇକରେ ପଥରକଟା ଗ୍ରାମର ୩ ଜଣ ଆସୁଥିଲେ । ବାଇକ ମୁହାଁମୁହିଁ ହେବା ଫଳରେ ମନୁ ନାୟକ, କୃଷ୍ଣଚନ୍ଦ୍ର ନାୟକ ଏବଂ ପଥରକଟା ଗ୍ରାମର ଶ୍ୟାମ ସୁନ୍ଦର ସେଠୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରାଯାଇଛି।
ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ କିଛି ମାସ ତଳେ ଶରଣକୂଳଠାରେ ଏହ ହାଇୱା ଧକ୍କାରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଗତକାଲି ଜଗନ୍ନାଥପୁର ତଥା ଶରଣକୁଳ ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ବାତାବରଣ ଖେଳାଇଦେଇଛି।
ଶରଣକୁଳରେ ବାଇକ ଦୁର୍ଘଟଣା: ୩ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2021/03/Saranakula-accident-knk19_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)