ନାଲକୋ ନଗର: ସ୍ମେଲ୍ଟର ପ୍ଲାଣ୍ଟରେ ଦୁର୍ଘଟଣା। ଗୁରୁତର ଆହତ ହେଲେ ଶ୍ରମିକ। ନାଲକୋ ସ୍ମେଲ୍ଟର ପ୍ଲାଣ୍ଟରେ ଆଜି ଏକ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଜଣେ ଶ୍ରମିକଙ୍କ ଦୁଇ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି। ଆହତଙ୍କ ନାମ ବାପି ଗଡ଼ନାୟକ (୪୪)। ଗୁରୁତର ଆହତ ଯୁବକଙ୍କ ଘର ଗିରାଙ୍ଗ ଗ୍ରାମର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କାର୍ବନ ଏରିଆ ରୋଡ଼ିଂ ସପ୍-୧ ମେକାନିକାଲ ବିଭାଗରେ ବାପି ଗଡ଼ନାୟକ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଶନିବାର ଦିନ ସକାଳ ୭.୩୦ରେ ଅସାବଧାନତା ହେତୁ ବାପି ୧୦ଫୁଟ ଉଚ୍ଚତାରୁ ତଳକୁ ଖସିପଡ଼ି ଥିଲେ। ଏହା ଫଳରେ ବାପିଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିଲା। ଘଟଣା ଘଟିବା ପରେ ସ୍ଥାନୀୟ ଶ୍ରମିକଭାଇଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନାଲକୋ ଡାକ୍ତରଖାନାକୁ ଅଣାଯାଇଥିଲା।
ଖବର ପାଇ ନାଲକୋ ଅଧିକାରୀମାନେ ଆସି ନାଲକୋ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ବାପିଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଶେଷ ହେବା ପରେ ବଳରାମପ୍ରସାଦସ୍ଥିତ ଇଏସଆଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/19/new-project-13-2025-07-19-15-59-05.jpg)