ସୋନପୁର: ଜାତୀୟ ରାଜପଥ ୫୭ ସୋନପୁର ଜିଲ୍ଲାର ଖାରି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି।
/sambad/media/post_attachments/wp-content/uploads/2022/07/16a56945-2016-4487-a294-a3b910c59c24-1024x257.jpg)
ସୂଚନା ଅନୁଯାୟୀ, ଆଜି ସକାଳେ କେତେକ ପରିବା ବ୍ୟବସାୟୀ ଏକ ଅଟୋରେ ଆସୁଥିଲେ। ସେମାନେ ଛକ ପାଖରେ ଜଣେ ବାଇକ୍ ଆରୋହୀଙ୍କ ସହ କଥା ହେଉଥିଲେ। ସେହି ସମୟରେ ହଠାତ୍ ଏକ ଆର୍ଟିକା କାର୍ (ଓଡି୧୭ଜେ୧୩୫୫) ଛିଡ଼ା ହୋଇଥିବା ଅଟୋକୁ ପିଟିଥିଲା। ଏହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ କାର୍ ଓ ଅଟୋ ଭାଙ୍ଗିଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ କାର୍ ଭିତରୁ ଜଣେ ପୁଲିସ୍ ଅଧିକାରୀଙ୍କ ୟୁନିଫର୍ମ ମିଳିଛି। ଉକ୍ତ କାରରେ କେହି ପୁଲିସ୍ ଅଧିକାରୀ ଥିବାର ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଆଜି ସକାଳ ପ୍ରାୟ ୬.୧୫ ସମୟରେ ଖାରୀ ନିକଟ ସ୍ବାଗତ ଢ଼ାବା ପାଖରେ ଛିଡା ହୋଇଥିବା ଗୋଟିଏ ଅଟୋକୁ ପିଟିଲା ଆର୍ଟିକା କାର୍। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତ ତିନିଜଣ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ରଘବପାଲିର ବୋଲି ଜଣଯାଇଛି। ବିଭିନ୍ନ ପନିପରିବା ଚାରା ବିକ୍ରି କରିବା ପାଇଁ ସୋନପୁର ବଜାରକୁ ଯାଉଥିବା ବେଳେ ସ୍ବାଗତ ଢ଼ାବା ନିକଟରେ ଅଟୋଟି ରାସ୍ତା କଡ଼ରେ ଅଟକି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଆର୍ଟିକା ଗାଡ଼ିଟି ଅଟୋକୁ ପିଟିଥିଲା। ଦୁର୍ଘଟଣା ପରେ ଆର୍ଟିକା ଡ୍ରାଇଭର ଓ ଆର୍ଟିକାରେ ଥିବା ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି। ଆର୍ଟିକାରେ ଗୋଟିଏ ପୁଲିସ ୟୁନିଫର୍ମ ମିଳିଛି। ତିନି ଷ୍ଟାର ଥିବା ଏହି ୟୁନିଫର୍ମ ରେ ସ୍ନିଗ୍ଧାରାଣୀ ସୁନା ଇନ୍ସପେକ୍ଟର ଅପ୍ ପୁଲିସ ଲେଖା ଖୋଇଛି। ତେଣୁ ଏହା ପୁଲିସ ଗାଡ଼ି ହୋଇଥିବା ସନ୍ଦେହ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-12.png)