ସୋର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର  କଲେଜ ଛକ ନିକଟରେ ହାଇୱାକୁ ପଛରୁ ଏକ କୁକୁଡ଼ା ଟ୍ରକ ଧକା ଦେବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ କଲିକତାରୁ ଖୋର୍ଦ୍ଧା ଅଭିମୁଖେ କୁକୁଡ଼ା ଆଣିବାକୁ ଯାଉଥିବା ଡବ୍ଲୁ ବି ୨୧ ୧୪୯୯ ନମ୍ବର ବିଶିଷ୍ଟ ଏକ ଟ୍ରକ ସୋର କଲେଜ ଛକ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଥିବା ଛଅଜଣଙ୍କ ମଧ୍ୟରୁ ୪ ଜଣ ଚାପି ହୋଇ ରହିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲେ।

Advertisment

ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟ ପରେ ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

publive-image

ଦୁଇ ମୃତକ ହେଲେ ପଶ୍ଚିମବଙ୍ଗ ବାଦୁରିଆ ଥାନା ପଲତା ଗ୍ରାମର ଆସରଫ ସର୍ଦାର(୩୮) ଓ ବସିର ହାଟ ଥାନା ଲାବାଙ୍ଗ ଗ୍ରାମର ସାଇପୁଲ ଗାଜି (୩୫)। ଗୁରୁତରମାନେ ହେଲେ ବାଦୁରିଆ ଥାନା ପଲତା ଗ୍ରାମର ସଇଫ ସର୍ଦାର (୩୨) ଓ ଫରିଦକାଟି ଗ୍ରାମର ଆଲାମ ଗିର (୩୬)। ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବଜିର ହାଟ ଥାନା ଆକାରପୁର ଗ୍ରାମର ଫିରୋଜ ଅହମଦ ଗାଜି (୪୨) ସାମାନ୍ୟ ଆହତ ହୋଇଛନ୍ତି।