କୀର୍ତ୍ତନ ସାରି ସ୍କୁଟିରେ ଘରକୁ ଫେରୁଥିଲେ ତିନି ଯୁବକ: ଧକ୍କା ଦେଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ଦୁଇ ଗୁରୁତର

ସୋର: ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଖଇରା ଥାନା ଡାଲଙ୍ଗ ଗ୍ରାମର ଭରତ ପୃଷ୍ଟିଙ୍କ ପୁଅ ଉମେଶ ପୃଷ୍ଟି,  ସମୀର ମହାରଣା ଓ ଆଟପୁର ଗ୍ରାମର ଶୁଭଙ୍କର ପାତ୍ର ଏକ ସଂକୀର୍ତ୍ତନ ମଣ୍ଡଳୀରେ କାମ କରନ୍ତି।  ଆଜି ସକାଳେ ବାଲିଆ ପାଳରୁ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକା ମାରିବାରୁ ଉମେଶଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସମୀର ଓ ଶୁଭଙ୍କର ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଶୁଭଙ୍କର ଗୁରୁତର ଆହତ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର