ସୋନପୁର: ଆଜି ଭୋରରେ ସୋନପୁର- ବଲାଙ୍ଗୀର ରାସ୍ତା ହରିଡ଼ଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼।
ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସ୍ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ହରିଡ଼ଖୋଲ ନିକଟରେ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/4efc86df-0cd4-4ca4-88f1-2c64b7ffe6e2.jpeg)