ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ ଯାଉଥିଲେ ଚାଷୀ ଦମ୍ପତି: ଚାପି ଦେଲା ଟ୍ରକ୍

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି  ବ୍ଲକର ଅସୁରଖୋଳ ଗ୍ରାମ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶଗଡ଼କୁ ପଛରୁ ଟ୍ରକ୍ ପିଟିବା ଫଳରେ ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁଇ ବଳଦଙ୍କର ବି ପ୍ରାଣହାନି ଘଟିଛି।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ କ୍ଷେତକୁ ଯାଉଥିଲେ। ହଠାତ୍ ତିଲେଇବଣି ଛକରେ ଶଗଡ଼କୁ ପଛରୁ ଟ୍ରକଟିଏ ପିଟିଥିଲା। ଏଥିରେ ସେଦୁହେଁ ଚାପି ହୋଇଯାଇଥିଲେ। ଏହାଫଳରେ ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁଇ ବଳଦଙ୍କର ବି ପ୍ରାଣହାନି ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବାର ଖବର ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଦେବଗଡ଼ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ତିଲେଇବଣି ନିକଟରେ ଆଜି ସକାଳେ ଶଗଡ଼  ନେଇ ଜମିକୁ ସ୍ବାମୀ ଓ ତ୍ସୀ ଯାଉଥିବାବେଳେ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅସୁରଖୋଳ ଗ୍ରାମର ଶରତ ସାହୁ ଓ ତାଙ୍କ ବିଶାଖା ସାହୁ । ଏହାସହିତ ଗୋଟିଏ ବଳଦର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ବଳଦ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ଅସୁରଖୋଳ ଗ୍ରାମର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ ଆଜି ସକାଳେ ତାଙ୍କର ଶଗଡ଼ ନେଇ ନିଜ ଜମିକୁ ଯାଉଥିଲେ। ତେବେ ଦେବଗଡ଼ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ହିଁ ଶରତ ଓ ତାଙ୍କ ବିଶାଖାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଟ୍ରକରେ ଚାପି ହୋଇ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟିବା ପରେ ଟ୍ରକର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବରପାଇ ତିଲେଇବଣି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କ୍ଷତିପୁରଣ ପ୍ରଦାନ ଦାବିରେ ଲୋକମାନେ ରାଜପଥରେ ରାସ୍ତାରୋକ କରିଥିବା ଜଣାପଡ଼ିଛି । ରାସ୍ତାରୋକ ଫଳରେ ସମ୍ବଲପୁର-ଦେବଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର