ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ବଡବାସିନୀ ଛକ ଠାରେ ଗୁରୁବାର ରାତି‌ରେ ଏକ କାର ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛକୁ ପିଟି ଦେଇଥିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହେବା ସହ ଜଣେ ମହିଳା ଅତ୍ୟନ୍ତ ଗୁରୁତର ହେଇ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ୟୁଭି ୨୩ ଅଞ୍ଚଳ ଗ୍ରାମର ସତ୍ୟରଂଜନ ବେପାରୀଙ୍କର କିଛି ଦିନ ହେଲା ପେଟ ବଥ। ହେଉଥିଲା। ୫ ଦିନ ତଳେ ଚିକିତ୍ସା ପାଇଁ‌ ସେ ନବରଙ୍ଗପୁର ଯାଇଥିଲେ। ଚିକିତ୍ସିତ ହେଇ ଆସିଥିଲେ। କିନ୍ତୁ କିଛି ଫଳପ୍ରଦ ହେଲା ନାହି। ବୁଧବାର ରାତି ସତ୍ୟ ରଂଜନଙ୍କର ପୁଣି ପେଟ ବ୍ୟଥା ହେବାରୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୧୦ଟା ସମୟରେ ରାଇଘର ନିକଟସ୍ଥ ଛତବେଡ। ଗ୍ରାମର ସୁରେଶ ମଣ୍ଡଳଙ୍କର କାର (ଓଡି୨୪ଜି ୪୯୬୨)ରେ ଯାଇଥିଲେ। ସାଙ୍ଗରେ ସୁରେଶ ମଣ୍ଡଳ, ସତ୍ୟଙ୍କର ସମୁଦୀ ଗୌରାଙ୍ଗ ରାୟ ଯିଏକି ରାଇଘର ନିକଟସ୍ଥ ସୋନପୁର ବଙ୍ଗୀୟ ଗ୍ରାମରେ ରୁହନ୍ତି ଓ ସତ୍ୟଙ୍କର ସ୍ତ୍ରୀ ତ।ରୁଲତା ବେପାରୀ ଯାଇଥିଲେ। ସେଠାରେ ରାତିରେ ହିଁ ମେଡ଼ିକାଲରେ ଆଡମିଟ ହେଇଥିଲେ ଗୋଟିଏ ଦିନ ହସ୍ପିଟାଲ୍‌ରେ ଚିକିତ୍ସିତ ହେବ। ପରେ ଗୁରବାର ରାତି ପ୍ରାୟ ୧୦ଟା ବେଳେ ସତ୍ୟ ରଞ୍ଜନ ହସ୍ପିଟାଲକୁ ଡିସଚାର୍ଜ ହେଇ ଉମରକୋଟ ଅଭିମୁଖେ ବାହାରିଥିଲେ।

Advertisment

ତେବେ ରାତି ପ୍ରାୟ ୧୨ /୧୫ ସମୟରେ ଦ୍ରୁତଗତିରେ ଉମରକୋଟ ସହର ଦେଇ ଅତିକ୍ରମ କରିବା ବେଳେ କାରଟି ଏତେ ଦ୍ରୁତଗତିରେ କ’ଣ ଯାଉଛି ବୋଲି ଏପରିକି କାରଟି ଡ୍ରାଇଭର ନିୟନ୍ତ୍ରଣରେ ନଥିଲା ସେତେବେଳେ କାର ସୁରେଶ ଡ୍ରାଇଭ୍ କରୁଥିଲେ। ତେଣୁ ନିଶ୍ଚିତ ଭାବରେ କିଛି ଅଘଟଣ ଘଟିବାର ଆଶଙ୍କା କରି ଉମରକୋଟର ଦୁଇଟା ଯୁବକ ବାଇକରେ କାରର ପିଛା କରିଥିଲେ। କାରଟି ଆଉ ୭ କିଲୋମିଟର ଯାଇଥିଲେ ଅଞ୍ଚଳ ଗ୍ରାମରେ ପହଂଚି ଯାଇଥାନ୍ତା। କିନ୍ତୁ ଉମରକୋଟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ପ୍ରାୟ ରାତି ୧୨/୩୦ ସମୟରେ ବଡବାସିନୀ ଗ୍ରାମ ଛକ ଥରେ ଥିବା ଏକ ପୋଖରୀ ନିକଟରେ ଥିବା ତେନ୍ତୁଳି ଗଛରେ ଜୋରରେ ପିଟି ହେଇଗଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ୩ ଜଣ ସୁରେଶ ମଣ୍ଡଳ, ଗୌରାଙ୍ଗ ରାୟ ଓ ସତ୍ୟ ରଞ୍ଜନ ବେପାରୀ ପୁରା ଛିଟିକି ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ହିଁ ଏହି ୩ ଜଣଙ୍କର ମୃତ୍ୟୁ ହେଇଯାଇଥିଲ।।

ତେବେ ପିଛା କରିଥିବା ଯୁବକ ଜଣଙ୍କ ସତ୍ୟରଞ୍ଜନଙ୍କର ମୋବାଇଲରୁ ଫୋନ କରିଥିଲେ ଓ ତାଙ୍କ ପୁଅ ଉଠାଇଥିଲା। ପୁଅକୁ ବାପ।ଙ୍କର୍ ଦୁର୍ଘଟଣ। ଗ୍ରସ୍ତ ଖବର ଦେବା ମାତ୍ରେ ସତ୍ୟଙ୍କ ପୁଅ ଶୁଭମ୍ ବେପାରୀ, ସୁବଳ ବିଶ୍ଵାସ, ରାକେଶ ବିଶ୍ଵାସ, ସଞ୍ଜୟ ବେପାରୀ ଘଟଣାସ୍ଥଳରେ ପହଞ୍ଚି ଗଲେ। ଦୁର୍ଘଟନା ଘଟିବା ମାତ୍ରେ ଖବର ପାଇଁ ଉମରକୋଟ ଥାନାର ସବ ଇନ୍ସପେକ୍ଟର ନିଳୀମା ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ିକୁ ଡକାଇ ଥିଲେ। ତୁରଂତ ୪ ଜଣଙ୍କୁ ଅମୁଲାନ୍ସ ଓ ଫାଇର ଗାଡ଼ିରେ ଉମରକୋଟ ହସ୍ପିଟାଲକୁ ନିଆଯାଇଥିଲା। ଡକ୍ଟର ସୁରେଶ, ଗୌରାଙ୍ଗ ଓ ସତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତଙ୍କର ବୟସ ୪୦ରୁ ୪୫ ବୋଲି ଅନୁମାନ କରାଯାଉଛି।। ଗୁରୁତର ଆହତ ତରୁଲତାଙ୍କୁ ପ୍ର।ଥମିକ ଚିକିତ୍ସା କରିବା ପରେ ନବରଙ୍ଗପୁର ହସ୍ପିଟାଲ୍‌କୁ ପଠାଇ ଦିଅଯାଇଥିଲା। ସେଠାରେ ଡକ୍ଟର କୋରାପୁଟ ସହିଦ୍ ଲକ୍ଷ୍ମଣ ହସ୍ପିଟାଲ୍‌କୁ ରେଫର୍ କରି ଦେଇଥିଲେ। ବର୍ତ୍ତମାନ ତାଙ୍କର ଅବସ୍ଥା ଅତ୍ୟନ୍ତ ଉଦବେଗ ଜନକସ୍ଥିତିରେ ଅଛି ବୋଲି ଜଣାପଡିଛି ।

ଆଜି ୩ ଜଣଙ୍କର ମରଶରୀର ଉମରକୋଟ ହସ୍‌ପିଟାଲ୍ ଠାରେ ବ୍ୟବଚ୍ଛେଦ ପରେ ନିଜ ନିଜ ଗ୍ରାମକୁ ପଠାଇ ଦିଅ।ଯାଇଥିଲା। ଆଜି ସକାଳେ ଉମରକୋଟ ଥାନା ଆଇଆଇସି ଗବିନ୍ଦ ଚନ୍ଦ୍ର ବୁରୁଦ। ଓ ସବ ଇନ୍ସପେକ୍ଟର ସୌମେନ୍ଦ୍ର ସେଠ ଘଟଣାସ୍ଥଳରେ ପହଂଚି ବହୁତ ଗହଳି ହେଉଥିବାରୁ ର୍ଘଟଣାଗ୍ରସ୍ତ କାରଟିକୁ ଅନ୍ୟ ସ୍ଥାନକୁ କ୍ରେନ୍ ଯୋଗେ ନେଇ ଯାଇଥିଲେ।ନିଜେ ଆଇଆଇସି ଘଟଣାର ତଦନ୍ତ ଦାୟିତ୍ବ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି।। ଦୁର୍ଘଟଣାର କାରଣ ୨ ଦିନ ଅନିଦ୍ରା ରହି କାର ଚଳାଇବା ମୁଖ୍ୟ କାରଣ ବୋଲି ଜଣା ପଡିଛି।। ତେବେ କାରର ବେଲୁନ ବାହାରିଥିଲେ ମଧ୍ୟ କାମ କରିନଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଅପରାହ୍ନରେ ଶୋକାକୁଳ ପରିବେଶରେ ସତ୍ୟଙ୍କର ମରଶରୀରକୁ ଅଞ୍ଚଳ। ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହେଇଥିଲା। କ୍ରନ୍ଦନରେ ସମଗ୍ର ଗାଁ ଫାଟି ପଡୁଥିଲା। ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଉମରକୋଟ ବିଧାୟକ ନିତ୍ୟ।ନନ୍ଦ ଗଣ୍ଡ ଦୁଃଖ ପ୍ରକାଶ କରିବା ଶହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।