ଟ୍ରକ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଚମ୍ପୁଆ: ଚମ୍ପୁଆ ନିକୋଲସନ୍ ବନ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୮ଟା ବେଳେ ଚମ୍ପୁଆ ନିକଟସ୍ଥ ଜୟନ୍ତୀଗଡରୁ ଦୁଇ ଜଣ କାଠ ମିସ୍ତ୍ରି କାମ ସାରି ବାଇକ୍ ଯୋଗେ ଫେରୁଥିବା ବେଳେ ନିକଲସନ୍ ବନ ବିଦ୍ୟାଳୟ ନିକଟରେ ଏକ ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ଥିବା ଦୁଇ ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜେଶ ରାଣାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ରଘୁନନ୍ଦନ ରାଣାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ଘରଣାସ୍ଥଳରୁ ଫେରାର ହୋଇଯାଇଛି। କାଠ ମିସ୍ତ୍ରି ଦୁଇ ଜଣଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ଗିରିଡ଼ିହ ହୋଇଥିବା ବେଳେ ଏମାନେ କାଲିକାପ୍ରସାଦ ଗ୍ରାମରେ ରହି କାଠ ମିସ୍ତ୍ରି କାମ କରୁଥିଲେ। କାମ ସାରି ଜୟନ୍ତୀଗଡରୁ ଦ‌ୁହେଁ ବସା ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର