ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ବ୍ୟବସାୟୀଙ୍କର ଶୋଚନୀୟ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସହରରେ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟବସାୟୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଲୋକେ ରାସ୍ତା ଅବରୋଧ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଅନୁଗୁଳ ସହରର ଥାନା ଛକଠାରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟବସାୟୀ ନିଜର ସ୍କୁଟିରେ ଯାଉଥିଲେ। ହଠାତ୍ ପର୍ଶୁରାମ ରାଉତଙ୍କ ସ୍କୁଟିକୁ ପଛପଟରୁ ଏକ ଟ୍ରକ୍ ( ଏନ୍ ଏଲ୍ ୦୧-କ୍ୟୁ ୫୧୪୪) ଧକ୍କା ଦେଇଥିଲା। ଏହାଫଳରେ ସେ ତଳେ ପଡ଼ିଯାଇଥିଲେ। ସଙ୍ଗେସଙ୍ଗେ ପର୍ଶୁରାମ ରାଉତଙ୍କୁ ସ୍ଥାନୀୟ ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପର୍ଶୁରାମ ରାଉତଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ସକାଳ ୯ଟାରୁ ୧୧ଟା ଯାଏଁ ପ୍ରାୟ ଦୁଇ ଘଣ୍ଟା ଧରି ଲୋକେ ରାସ୍ତା ଅବରୋଧ କରିଥିଲେ। ଏହାପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ଏବଂ ରାସ୍ତା ଅବରୋଧ ହଟେଇ ଥିଲା।

ସମ୍ବନ୍ଧିତ ଖବର