ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ବମପରଡ଼ା ଗ୍ରାମ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଥିଲା ।
ମିଳିଥିବା ସୂଚନା ଅନୁଯାୟୀ , ପାଲଲହଡା ଅଭିମୁଖେ ଯାଉଥିବା ଟ୍ରକ ୪୯ ନମ୍ବର ଜାତୀୟ ରାଜପଥର ବମପରଡ଼ା ଗ୍ରାମର ଫୁଟବଲ ପଡିଆ ନିକଟରେ ବିଲମ୍ବିତ ରାତିରେ ଭ।ରସାମ୍ୟ ହରାଇ ପୋଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାପରେ ବାରକୋଟ ପଟୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ପରେ ଦୁର୍ଘଟଣାଗ୍ରସ୍ତ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାଳକର ମୃତ୍ୟୁ ଘଟିଥିଲା। ଖବରପାଇ ବାରକୋଟ ଥାନା ପୁଲିସ ଟ୍ରକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଚାଳକର ପରିଚୟ ମିଳିପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/7db36d76-b5ee-4433-abcb-6704291f6e85.jpg)