ଟିକ୍‌ଟକ୍‌ ଭିଡିଓ ସୁଟିଂ ମହଙ୍ଗା ପଡ଼ିଲା, ଦୁଇ ମହଲାରୁ ଖସି ପଡ଼ି ଯୁବକ ଗୁରୁତର

ରାଉରକେଲା,: ଟିକ୍‌ଟକ୍‌ ଭିଡିଓର ମାୟା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସାଙ୍ଗମାନଙ୍କ ସହ ମୋବାଇଲରେ ଟିକ୍‌ଟକ୍‌ ଭିଡିଓ ସୁଟିଂ କରୁଥିବାବେଳେ ଆର୍‌ଏସ୍‌ପି କ୍ବାର୍ଟର୍ସର ଦୁଇ ମହଲା କୋଠାରୁ ପଡି ଅଲୀନ ଗୋଚ୍ଛାୟତ (୧୯) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି।

ସେକ୍ଟର-୬ ଗୋଲଘର ବସ୍ତିରେ ଅଲୀନ ରହନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସେ ୨ ଜଣ ସାଙ୍ଗଙ୍କ ସହ ଟିକ୍‌ଟକ୍‌ ଭିଡିଓ ସୁଟିଂ କରିବାକୁ ‘ଜି ବ୍ଲକ ସ୍ଥିତ ଦୁଇ ମହଲା ବିଶିଷ୍ଟ ଆର୍‌ଏସ୍‌ପି କ୍ବାର୍ଟର୍ସର ଛାତକୁ ଯାଇଥିଲେ। ତିନି ଜଣ ସାଙ୍ଗ ମିଶି ମୋବାଇଲ୍‌ରେ ଗୋଟିଏ ପରେ ଗୋଟିଏ ଟିକ୍‌ଟକ୍‌ ଭିଡିଓ ସୁଟିଂ କରିଥିଲେ। ସାଙ୍ଗମାନେ ମୋବାଇଲରେ ଗୀତ ଲଗାଇ ସୁଟ୍‌ କରୁଥିଲାବେଳେ ତାଙ୍କ ଆଗରେ ଅଲୀନ ନାଚି ନାଚି ଛାତର ତାଜା ପର୍ଯ୍ୟନ୍ତ ଚାଲିଯାଇଥିଲେ। ସେଠାରେ ଆଗକୁ ଅନାଇ ନାଚୁଥିବାବେଳେ ହଠାତ୍‌ ଗୋଡ଼ ଖସିଯିବାରୁ ସେ କୋଠା ତଳକୁ ଖସି ପଡ଼ିଥିଲେ।

ସମ୍ବନ୍ଧିତ ଖବର