ଟ୍ୟାଙ୍କର ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-୨୬ ଅବରୋଧ କଲେ ଲୋକେ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅଞ୍ଚଳରେ ଟ୍ୟାଙ୍କର ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୨୬ରେ ଥିବା ନୁନମାଠଠାରେ ବେଦାନ୍ତ କମ୍ପାନିର ଏକ ଟ୍ୟାଙ୍କର ଧକ୍କା ମାରିବା ଫଳରେ ଜଣେ ୧୦ ବର୍ଷର ନାବାଳିକା ଲଳିତା ମାଝୀଙ୍କ ମୃତ୍ୟୁ ଘଟିଛି।

ଏହାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-୨୬କୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ଏହା ଫଳରେ ବରଗଡ଼-ବୋରିଗୁମ୍ମା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର