ଗଛରେ ପିଟି ହେଲା ଟ୍ରକ୍: ହେଲପର୍ ମୃତ, ଡ୍ରାଇଭର୍ ଆହତ

ରାଉରକେଲା: କାଳ ସାଜିଲା ଘନ କୁହୁଡ଼ିl ରାସ୍ତା ନ ଦିଶିବାରୁ ଭାରସାମ୍ୟ ହରାଇ ଏକ ଟ୍ରକ୍ ରାସ୍ତା ପାର୍ଶ୍ଵ ଗଛରେ ପିଟି ହୋଇଯାଇଛିl ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତିl

ଆଜି ଭୋର ପ୍ରାୟ ଚାରିଟାରେ ବିଶ୍ରା – ଝାରଖଣ୍ଡର ସନ୍ତୋଷପୁର ରାସ୍ତାରେ ଏମିତି ଅଘଟଣ ଘଟିଛିl ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛିl ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି l ଗତ କିଛି ଦିନ ସୁନ୍ଦରଗଡ଼ରେ ପ୍ରବଳ ଶୀତ ଅନୁଭୂତ ହେବା ସହ ସକାଳେ ଘନ କୁହୁଡ଼ି ପଡ଼ୁଛିl ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛିl ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତିl

 

ସମ୍ବନ୍ଧିତ ଖବର