ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ଖୋର୍ଦ୍ଧା-ମୁକ୍ତାପୁର ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳ କେରଙ୍ଗ- ଦିବ୍ୟସିଂହପ୍ରସାଦର ଦିଲିପ କୁମାର ଦାସ ଓ ତାଙ୍କ ପତ୍ନୀ ମିନତିବାଳା ଭଂଜ ମୁକ୍ତାପୁର ନିଜ ମୋଟରସାଇକଲ (ଓଡି ୦୨ ଏ ୮୨୮୯)ରେ ଯାଉଥିଲେ । ପ୍ରାୟ ସାଢ଼େ ୧୦ଟା ବେଳେ ଖୋର୍ଦ୍ଧା ମୁକ୍ତାପୁର ରାସ୍ତାର ନିଆଳ-ବିଂକୁଡିଆ ଛକ ନିକଟରେ ପଛପଟୁ ଏକ ଆଇଚର ଟ୍ରକ୍ (ଓଡି ୦୨ ଏକ୍ୟୁ ୧୮୧୧) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ପ୍ରାୟ ୧୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ।

Advertisment

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରେ ଡାକ୍ତର ଦିଲିପଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୨୯୧/୨୦୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହ ଏହାର ଚାଳକକୁ ଅଟକ ରଖିଛି ।