ଡୁଙ୍ଗୁରିପାଲି/ଏସ୍.ରାମପୁର: ଡୁଙ୍ଗୁରିପାଲି ବ୍ଲକ୍ ଏସ୍-ରାମପୁର ଥାନା ବାଙ୍କିପାଲି ହାଇସ୍କୁଲ ବୁଲାଣିଠାରେ ଏକ ଅଜଣା ଟ୍ରାକ୍ଟର ବାଇକ୍କୁ ଧକ୍କା ଦେବାରୁ ବାଇକ ଚାଳକ ଠାକୁର ବାଗ (୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ ରାମପୁର ଥାନା ମାହାବର୍ହା ଗ୍ରାମର ଠାକୁର ବାଗ ଓ ତାଙ୍କ ପତ୍ନୀ ହେମ ବାଗ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେଇ ନିଜ ଗାଁକୁ ଫେରୁଥିବା ବେଳେ ବାଙ୍କିପାଲି ହାଇସ୍କୁଲ ନିକଟ ବୁଲାଣିରେ ଏକ ଅଜଣା ଟ୍ରାକ୍ଟର ବାଇକ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଖବର ପାଇ ରାମପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଠାକୁରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହେମଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-2.jpg)